ଦୁର୍ଘଟଣା

SCB Medical College and Hospital ଆଇସିୟୁ ଅଗ୍ନିକାଣ୍ଡ: ଘଟଣାସ୍ଥଳ ପରିଦର୍ଶନ କଲେ ମୋହନ ଚରଣ ମାଝୀ , ବିଚାର ବିଭାଗୀୟ ତଦନ୍ତ ଓ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା

କଟକର SCB Medical College and Hospital ର ଟ୍ରମା କେୟାର ଆଇସିୟୁରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିବା ସହ ଚିକିତ୍ସାଧୀନ ରୋଗୀ ଓ ସେମାନଙ୍କ ପରିବାରବର୍ଗଙ୍କ ସହ ଭେଟି ସମବେଦନା ଜଣାଇଛନ୍ତି।

ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ସେହିସହିତ ଘଟଣାର ତଥ୍ୟ ଅନୁସନ୍ଧାନ ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ କମିଟି ମଧ୍ୟ ଗଠନ କରାଯାଇଛି।

ଏହି କମିଟିର ଅଧ୍ୟକ୍ଷ ଭାବେ ଉନ୍ନୟନ କମିଶନର ଦେଓ ରଞନ ସିଂଙ୍କୁ ନିଯୁକ୍ତ କରାଯାଇଛି। କମିଟିର ଅନ୍ୟ ସଦସ୍ୟମାନେ ହେଲେ ଅଗ୍ନିଶମ ବିଭାଗର ଆଇଜି Umashankar Dash, ଚିଫ୍ ଇଲେକ୍ଟ୍ରିକାଲ ଇନସ୍ପେକ୍ଟର ଓ ଇଆଇସି Barada Prasanna Dash, ସହରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗର ଇଆଇସି Biranchi Narayan Pradhan, ଚିଫ୍ ଇଞ୍ଜିନିୟର (ବିଲ୍ଡିଂ) Priyabrata Samantaray ଓ ମେଡିକାଲ ଏଜୁକେଶନ ଓ ଟ୍ରେନିଂ ନିର୍ଦ୍ଦେଶକ Santosh Kumar Mishra

ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକଙ୍କ ନିକଟତମ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଆହତମାନଙ୍କୁ ଶୀଘ୍ର ଉନ୍ନତ ଚିକିତ୍ସା ସୁବିଧା ଦେବାକୁ ସମ୍ପୃକ୍ତ ବିଭାଗ ଓ ମେଡିକାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ସମସ୍ତ ହସ୍ପିଟାଲରେ ଅଗ୍ନିନିର୍ବାପକ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାମ ପାଇଁ ଚଳିତ ବଜେଟରେ ୩୨୦ କୋଟି ଟଙ୍କା ବ୍ୟୟ ବ୍ୟବସ୍ଥା କରାଯାଇଥିବା ବେଳେ ଆଗାମୀ ବଜେଟରେ ମଧ୍ୟ ପ୍ରାୟ ୪୦୦ କୋଟି ଟଙ୍କା ରାଶି ରଖାଯାଇଛି।

ସେହିସହ ଏସ୍‌ସିବି ମେଡିକାଲରେ ଅଗ୍ନିନିର୍ବାପକ ବ୍ୟବସ୍ଥାକୁ ତୁରନ୍ତ ସୁଦୃଢ଼ କରି Fire Compliant କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଗ୍ନିଶମ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କମିଟି ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଖୋଜି ବିସ୍ତୃତ ରିପୋର୍ଟ ପ୍ରଦାନ କରିବ।

Leave a Reply

Your email address will not be published. Required fields are marked *

Back to top button