ପୁଣି ସୁନା ଓ ରୁପା ଦର କମିଲା,ଦେଖନ୍ତୁ ଆଜିର ଦର କେତେ

ବନ୍ଧୁଗଣ ପୁଣି ଶସ୍ତା ହେଲା ସୁନା । ଯଦି ଆପଣମାନେ ମଧ୍ୟ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଗଲା ବଡ ଖୁସି ଖବର । ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ଦର ହ୍ରାସ ହେବାରୁ ଘରୋଇ ବଜାରରେ ମଧ୍ୟ ସୁନା ଦାମ୍ ଖସିଛି । ତେବେ ଆଜି ଦିଲ୍ଲୀରେ ସ୍ୱରଫା ବଜାରରେ ସୁନା ୧୦ଗ୍ରାମ ଫିଛା ୬୦୦ଟଙ୍କା ଶସ୍ତା ହୋଇଛି ।
ଅନ୍ୟପଟେ ରୂପା ଦାମ୍ ମଧ୍ୟ ୧କିଲୋଗ୍ରାମ ପ୍ରତି ୧୬୫୦ଟଙ୍କା କମିଯାଇଛି । ଏହାସହିତ ମୁମ୍ବାଇର ମଲଟି କମଡିଟି ଏକ୍ସଚେଞ୍ଜରେ ଆଜି ୧୦ଗ୍ରାମ ପିଛା ୭୦୦ଟଙ୍କା ହ୍ରାସ ଦେଖିବାକୁ ମିଳିଛି । ତେବେ ସୁନ୍ଧ ସୁନା ୨୪କ୍ୟାରେଟର ଦାମରେ ୫୪,୪୫୦ ଟଙ୍କା ରହିଥିବା ବେଳେ ୨୨କ୍ୟାରେଟର ଦାମ୍ ରେ ୧୦ଗ୍ରାମ ପିଛା ୫୩,୨୫୦ଟଙ୍କା ଦେଖିବାକୁ ମିଳିଛି ମୁମ୍ବାଇ ଦରରେ ।
ସେହିପରି ଦିଲ୍ଲୀର ସ୍ୱରଫା ବଜାରରେ ଆଜି ୨୨କ୍ୟାରେଟର ଦାମରେ ୧୦ଗ୍ରାମ ପିଛା ୫୪,୪୮୦ଟଙ୍କା ରହିଥିବା ବେଳେ ସୁନ୍ଧ ସୁନା ୨୪କ୍ୟାରେଟର ଦାମରେ ୧୦ଗ୍ରାମ ପିଛା ୫୬,୮୫୦ଟଙ୍କା ଦେଖିବାକୁ ମିଳିଛି । ଏହା ସହିତ ଆମ ରାଜଧାନୀ ଭୁବନେଶ୍ୱର ଅର୍ଥାତ୍ ଓଡିଶା ଦରରେ ଆଜି ୭୦୦ଟଙ୍କା ଶସ୍ତା ହୋଇଛି ୧୦ଗ୍ରାମ ପିଛା ସୁନା ।
ଆଉ ନୂଆ ଦରରେ ୨୪କ୍ୟାରେଟରେ ୧୦ଗ୍ରାମ ପିଛା ୫୪,୬୫୦ଟଙ୍କା ରହିଥିବା ବେଳେ ୨୨କ୍ୟାରେଟର ଦାମରେ ୧୦ଗ୍ରାମ ପିଛା ୫୩,୨୮୦ ଟଙ୍କା ରହିଛି ଆଜି ଦରରେ । ତେବେ ଯଦି ଆପଣମାନେ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଆପଣମାନେ ଏହି ଦରରେ ସୁନା କିଣିପାରିବେ । ଆପଣଙ୍କ ପାଇଁ ବହୁତ ବଡ ଖୁସି ଖବର ।