ରାଜ୍ୟ

ଫକୀରମୋହନ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଐତିହ୍ୟ ଦିବସ ପାଳିତ

ବାଲେଶ୍ୱର (ବ୍ୟାସବିହାର),
୧୯/୦୪/୨୦୨୬

ଫକୀରମୋହନ ବିଶ୍ୱବିଦ୍ୟାଳୟର ଇତିହାସ ଓ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ୧୮ ତାରିଖରେ ବିଶ୍ୱ ଐତିହ୍ୟ ଦିବସ ଅବସରରେ ଏକ ସେମିନାର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ସଫଳତାର ସହ ଆୟୋଜିତ ହୋଇଥିଲା।

ଏହି ସେମିନାରରେ ପ୍ରସିଦ୍ଧ ଶିକ୍ଷାବିତ୍, ବିଶେଷଜ୍ଞ ‌ ଓ ଗବେଷକମାନେ ଯୋଗଦେଇ ଓଡ଼ିଶାର ସ୍ପର୍ଶନୀୟ ଓ ଅସ୍ପର୍ଶନୀୟ ଐତିହ୍ୟର ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମଟି ପ୍ରଫେସର ପବିତ୍ର ମୋହନ ନାୟକ (ସଂଯୋଜକ- ଇତିହାସ ଓ ପ୍ରତ୍ନତତ୍ତ୍ବ ବିଭାଗ) ଙ୍କ ସ୍ୱାଗତ ଭାଷଣ ସହ ଆରମ୍ଭ ହୋଇଥିଲା, ଯେଉଁଥିରେ ସେ ବର୍ତ୍ତମାନ ସମାଜରେ ଐତିହ୍ୟ ସୁରକ୍ଷାର ପ୍ରସଙ୍ଗିକତା ଉଲ୍ଲେଖ କରିଥିଲେ।

ବିଭିନ୍ନ ଆମନ୍ତ୍ରିତ ବକ୍ତାମାନେ ଯଥା –
ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଏ.ଆଇ.ଏଚ୍‌.ସି ଓ ପ୍ରତ୍ନତତ୍ତ୍ୱ ବିଭାଗର ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ, ଓଡ଼ିଶାର ସମୃଦ୍ଧ ସ୍ମାରକ ଐତିହ୍ୟ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେ ଐତିହାସିକ ସ୍ଥଳଗୁଡ଼ିକର ବର୍ତ୍ତମାନ ସ୍ଥିତି, ସେମାନଙ୍କ ସୁରକ୍ଷା ପାଇଁ ସରକାରୀ ପଦକ୍ଷେପ ବିଷୟ ଅବଗତ କରାଇବା ସହ ଏକ ଭିଜୁଆଲ ପ୍ରଦର୍ଶନୀ ମାଧ୍ୟମରେ ନିଜ ଉପସ୍ଥାପନାକୁ ଅଧିକ ସ୍ପଷ୍ଟ କରିଥିଲେ।

ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ ରାଜନୀତି ବିଜ୍ଞାନ ପ୍ରଫେସର ଶ୍ୟାମ ସୁନ୍ଦର ଆଚାର୍ଯ୍ୟ, ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟର ସୁରକ୍ଷାର ଗୁରୁତ୍ୱ ଉଲ୍ଲେଖ କରି, ଏହା ଆମ ସାଂସ୍କୃତିକ ପରିଚୟ ରକ୍ଷାର ମୂଳ ଭୂମିକା ଗୁଡ଼ିକକୁ ଉଲ୍ଲେଖ କରିଥିଲେ।

ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଡ଼କ୍ଟର ଉମାକାନ୍ତ ମିଶ୍ର, ଓଡ଼ିଶାର ପ୍ରାଚୀନ ଐତିହ୍ୟ ଓ ତାହାର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ମୂଲ୍ୟବାନ ମତାମତ ରଖି, ସମୁହିକ ଦାୟିତ୍ୱ ମାଧ୍ୟମରେ ଏହାର ସୁରକ୍ଷାର ଆବଶ୍ୟକତା ଉଲ୍ଲେଖ କରିଥିଲେ।

ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଓଡ଼ିଶାର ଲୋକସଂସ୍କୃତି ଓ ଆଦିବାସୀ ଐତିହ୍ୟର ସୁରକ୍ଷାର ଆବଶ୍ୟକତା ଉପରେ ମତ ରଖି, ସମୁଦାୟର ସହଭାଗିତା ଓ ନୀତିଗତ ସମର୍ଥନର ଗୁରୁତ୍ୱ ଉଲ୍ଲେଖ କରିଥିଲେ।

ଆନ୍ଥ୍ରୋପୋଲୋଜି ବିଭାଗର ଡ଼କ୍ଟର ଆକାଶ ମଲ୍ଲିକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ଇତିହାସ ଓ ପ୍ରତ୍ନତତ୍ତ୍ବ ବିଭାଗର ସହାୟକ ପ୍ରଫେସର ଡ଼କ୍ଟର ଶିଖାଶ୍ରୀ ରାୟ ସେମିନାରର ବିଷୟବସ୍ତୁ ପ୍ରସ୍ତୁତ କରିଥିଲେ।

କାର୍ଯ୍ୟକ୍ରମକୁ ସହାୟକ ଅଧ୍ୟାପକ ଶଶାଙ୍କ ଶେଖର ଗଡନାୟକ ସଂଯୋଜନା କରିଥିଲେ ଓ
ଶେଷରେ ସହାୟକ ଅଧ୍ୟାପିକା ଜିନାପ୍ରିୟଙ୍କା ଜେଠୀଙ୍କ ଧନ୍ୟବାଦ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button